ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ବନ୍ଦ ବେଳ ଦେଖିବାକୁ ମିଳିଛି ହିଂସା। କଂଗ୍ରେସ କର୍ମୀମାନେ ବନ୍ଦ ବେଳେ ଏକ କାର୍‌ ଜାଳି ଦେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଡ଼ିପିସି ଅଫିସ ସାମ୍ନା ୨୬ ନମ୍ଵର ଜାତୀୟ ରାଜପଥ କଡ଼ରେ ରହିଥିବା ଏକ କାରକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ପରେ କାର୍‌ଟି ସଂପୂର୍ଣ୍ଣ ଜଳିଯାଇଛି।

କୋଷାଗୁମୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଗିରଫ ଦାବିରେ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଡାକରାରେ ଜିଲ୍ଲା କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆଯାଇଛି।

ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ କରିବା ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ସହରର ଦୋକାନ ବଜାର ସବୁ ବନ୍ଦ ରହିଛି।

Comment