ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫ୍ରିକୀୟ ଦେଶ ସୋମାଲିଆରେ ଆତଙ୍କବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ଶନିବାର ଏକ ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀଙ୍କ ଦ୍ୱାରା ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ପ୍ରାୟ ୭୮ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ଥିବା ସୂଚନା ମିଳିଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଏହି ଦୁର୍ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ଅଲ୍‌-କାଏଦା ସହ ଜଡ଼ିତ ଥିବା ସ୍ଥାନୀୟ ଅଲ୍-ଶବାବ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଘଟାଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଶନିବାର ମୋଗାଦିଶୁ ସହରର ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର୍‌ଟି ବ୍ଲାଷ୍ଟ ହୋଇଥିଲା। ଚାହୁଁ ଚାହୁଁ ସ୍ଥାନଟି ଶ୍ମସାନରେ ପରିଣତ ହୋଇଯାଇଥିଲା। ନିକଟରେ ଥିବା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିସ୍ଫୋରଣରେ ସର୍ବାଧିକ ଜୀବନ ଯାଇଥିବା ଜଣାପଡ଼ିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment