ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଝଟକା। ଭାରତୀୟ ରେଳ ନିଜର ଟିକେଟ୍ ଦାମକୁ ବୃଦ୍ଧି କରିଛି। କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରିଛି ଭାରତୀୟ ରେଳ।

ରେଲୱେ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ଟିକେଟ୍ ଦାମକୁ କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରିଛି। ସେହିଭଳି ଏସି ଟ୍ରେନର ଟିକେଟ୍ ଦାମକୁ ୪ ପଇସା ବୃଦ୍ଧି କରାଯାଇଛି। ଏହି ନୂଆ ଦର ଜାନୁଆରି ଏକ ତାରିଖରୁ ଲାଗୁ କରାଯିବ।

ଅନ୍ୟପଟେ ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ୍ ଓ ଫାଷ୍ଟ କ୍ଲାସ୍ ଟ୍ରେନ ଟିକେଟ୍ କିଲୋମିଟର ପ୍ରତି ୧ ପଇସା ବୃଦ୍ଧି କରାଯାଇଛି।

Comment