ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆମୋଡ଼ ନେଇଛି ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ପ୍ରମାଣ ମିଳିନାହିଁ। ପୀଡ଼ିତାଙ୍କୁ କେବଳ ହତ୍ୟା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାରକୁ ଡିଆଜି ଓ ନବରଙ୍ଗପୁର ଏସ୍‌ପି ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇଥିବା ଜଣାପଡ଼ିଛି।

ପୋଷ୍ଟମର୍ଟ ରିପୋର୍ଟରେ ଅସନ୍ତୁଷ୍ଟ ହୋଇଛନ୍ତି ପୀଡ଼ିତାଙ୍କ ପରିବାର। ରିପୋର୍ଟ ଠିକ୍‌ ନଥିବା କହିଛନ୍ତି ପୀଡ଼ିତାଙ୍କ ଦାଦା ଓ ପିଉସୀ। ଏନେଇ ନବରଙ୍ଗପୁର ଏସ୍‌ପି ଓ ଡିଆଜିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତ ଡିସେମ୍ଵର ୧୪ ତାରିଖରେ ନବରଙ୍ଗପୁରର କୋଷାଗୁମୁଡ଼ା ଅଞ୍ଚଳରେ ବିଳ ମଝିରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ପାଖରେ ଚପଲ ଓ ପ୍ୟାଣ୍ଟ ପଡ଼ିଥିବାରୁ ତାଙ୍କୁ କିଛି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ତଦନ୍ତ ଆରମ୍ଭ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଛି ପୋଲିସ।

Comment