ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ନମ୍ବର ଓ୍ୱାନ ହିରୋଇନ ଦୀପିକା ପାଦୁକୋନ ଏଥର ନିଜ ଜନ୍ମଦିନ ପାଇଁ ଖାସ୍‌ ପ୍ଲାନ କରିଛନ୍ତି। ଜନ୍ମଦିନରେ ଦୀପିକା ସ୍ୱାମୀ ରଣବୀର ସିଂଙ୍କ ସହିତ ନୁହେଁ ବରଂ ଲକ୍ଷ୍ନୌରେ ଏକ କ୍ୟାଫେରେ ସମୟ ବିତାଇବେ ବୋଲି ଜଣାପଡ଼ିଛି।

ଜାନୁଆରୀ ୫ରେ ଦୀପିକା ନିଜର ୩୪ତମ ଜନ୍ମଦିନ ପାଳନ କରିବେ। ରାତିରେ ପରିବାର ସହ କେକ୍‌ କାଟିବା ପରେ ସକାଳୁ ଲକ୍ଷ୍ନୌ ଯିବେ ଦୀପିକା। ସେଠାରେ ଏସିଡ ପୀଡ଼ିତା ମହିଳାଙ୍କ ଦ୍ୱାରା ପରିଚାଳିତ ଏକ କ୍ୟାଫେରେ ନିଜ ସେ ନିଜ ଜନ୍ମଦିନ ପାଳିବେ ସେଠାରେ ସମୟ ବିତାଇବେ।

ଆଗୀମୀ ଦିନରେ ଦୀପିକାଙ୍କ ଫିଲ୍ମ ଛପାକ୍‌ ରିଲିଜ ହେବାକୁ ଯାଉଛି। ଏଥିରେ ଦୀପିକା ଜଣେ ଏସିଡ ପୀଡ଼ିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିପାଇଁ ଦୀପିକା ଏଥର ଜନ୍ମଦିନରେ ଏଭଳି ଯୋଜନା କରିଥିବା ଜଣାପଡ଼ିଛି।

Comment