ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ସଦର ମହକୁମାରେ ଘଟିଛି ଏକ ଅଭାବନୀୟ ଘଟଣା। ନବରଙ୍ଗପୁର ସ୍ଥିତ କୁସୁମଝର ଡ୍ୟାମ ନିକଟରେ ଏକ ମଣିଷର ଶବକୁ ଝୁଣି ଖାଉଛନ୍ତି କୁକୁର। ଏନେଇ ପ୍ରଶାସନ ନିକଟରେ କୌଣସି ଖବର ନାହିଁ। ବର୍ତ୍ତମାନ ସୁଦ୍ଧା ଶବର ପରିଚୟ ଜଣାପଡ଼ିନାହିଁ। ଏହି ମୃତଦେହ କେବେଠାରୁ ଏଠାରେ ପଡ଼ିଛି ସେନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ।

ଏହି ମୃତଦେହ କୌଣସି ଏକ ସ୍ତ୍ରୀ ଲୋକର ବୋଲି ସନ୍ଦେହ କରାଯାଉଛି। ମୃତଦେହ ପଡ଼ିଥିବା ସ୍ଥାନଟି ଏକ ଜନବସତି ସ୍ଥାନ ହୋଇଥିଲେ ହେଁ କୌଣସି ବ୍ୟକ୍ତି ପୋଲିସକୁ ସୂଚନା ଦେଇ ନ ଥିଲେ।

ତେବେ ମୃତଦେହ କାହାର ଏବଂ ତାହା କେଉଁଠୁ ଆସିଲା ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡ଼ିବ। ବର୍ତ୍ତମାନ ଏହି ମୃତ ଦେହର ୯୦ପ୍ରତିଶତ ହିଂସ୍ରଜନ୍ତୁ ଓ କୁକୁରମାନେ ଖାଇ ନଷ୍ଟ ହୋଇ ଯାଇଛି।

Comment