ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ମୋରିସ କୁଜୁରଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

୧୯୩୫ ମସିହାରେ ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରି ଉଚ୍ଚ ଶିକ୍ଷା ଲାଭକରି ଶିକ୍ଷକତା କରିଥିଲେ ମୋରିସ। ପରେ ୧୯୮୪ ମସିହାରେ ଶିକ୍ଷକତାରୁ ରାଜନୀତିରେ ଯୋଗ ଦେଇ ସୁନ୍ଦରଗଡ ଲୋକସଭା ଆସନରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

୧୯୮୯ ଯାଏଁ ଲୋକସଭା ସାଂସଦ ରହିବା ପରେ ୧୯୯୬ରୁ ୨୦୦୨ ଯାଏ ରାଜ୍ୟସଭା ସଦସ୍ୟ ରହିଥିଲେ। ଏହାପରେ ୨୦୦୮ରୁ ୨୦୧୧ ଯାଏଁ ରାଜ୍ୟ ଏସସି କମିଶନର ଅଧ୍ୟକ୍ଷ ରହିଥିଲେ।

Comment