ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲାର ପ୍ରବାସୀ ଶ୍ରମିକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ। ରାଜ୍ୟରେ କର୍ମନିଯୁକ୍ତି ସୃଷ୍ଟି କରିବା ସହ ଦାଦନ ଖଟିବାକୁ ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ରାଜ୍ୟଭିତରେ କାମ ଦେବା ସହ ଉପଯୁକ୍ତ ମଜୁରୀ ପ୍ରଦାନ, ସେମାନଙ୍କର ଶିକ୍ଷା ଓ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି।

ଏହି ପ୍ୟାକେଜରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାରୋଟି ଦାଦନ ଶ୍ରମିକ ବହୁଳ ଜିଲ୍ଲାକୁ ଫୋକସ୍ କରିଛନ୍ତି। ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ବହୁଳ ଭାବେ ଦାଦନ ଶ୍ରମିକ ଦେଖିବାକୁ ମିଳୁଛନ୍ତି। ତେଣୁ ଏହି ଜିଲ୍ଲାର ଶ୍ରମିକମାନଙ୍କୁ ମନରେଗା ସାହାଯ୍ୟରେ ୧୦୦ଦିନର କାମ ବଦଳରେ ୨୦୦ ଦିନର କାମ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ ପାରିଶ୍ରମିକ ବାବଦରେ ୧୮୮ ଟଙ୍କା ମିଳୁଥିବାବେଳେ ଏବେ ସେମାନଙ୍କୁ ୨୮୬.୩୦ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି।

ଏହାଦ୍ୱାରା ଏହି ଚାରୋଟି ଜିଲ୍ଲାର ପ୍ରାୟ ୨୦ ବ୍ଲକର ଲୋକେ ଉପକୃତ ହୋଇପାରିବେ। ସେମାନଙ୍କ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବା ସହ ସେମାନଙ୍କୁ ପକ୍କା ଘର ଯୋଗାଇଦିଆଯିବ ବୋଲି କୁହାଯାଇଛି।

Comment