ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘନ କୁହୁଡ଼ିର ଆସ୍ତରଣ ତଳେ ରହିଛି ଓଡ଼ିଶା। କୁହୁଡ଼ି ପ୍ରଭାବରେ ରାସ୍ତାର ୧୦୦ ମିଟର ଦୂରରୁ କିଛି ଦେଖାଯାଉନି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକ ଲାଇଟ୍‌ ଦେଇ ମନ୍ଥର ଗତିରେ ଯାଉଥିବାର ଦେଖିବାକୁ ମିଳିଛି। ତେଣୁ ମଧ୍ୟ ରାତିରେ ତଥା ସକାଳୁ ସକାଳୁ ଯିବା ଆସିବା କରୁଥିଲେ ସାବଧାନ ରହିବାକୁ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱରରେ ଘନ କୁହୁଡ଼ି ଥିବାରୁ ବିମାନଗୁଡ଼ିକ ବିଳମ୍ବରେ ଉଡ଼ାଣ କରିଥିଲା। ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ବନ୍ଦରର ଭିଜିବିଲିଟି ଭଲ ନଥିବାରୁ ବିମାନ ଉଡ଼ାଣ ବା ଅବତରଣ କରିବାରେ ସମ୍ଭବ ହୋଇପାରି ନଥିଲା।

କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ବାତିଲ କରାଯାଇଥିବା ସୂଚନା ମିଳିଛି।

Comment