ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୦ ତାରିଖରେ ଜେ ପି ନଡ୍ଡା ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହି ଅବସରରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନାର ପର୍ବ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରେ ସେ ନୂଆ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେପି ମଧ୍ୟରେ ଥିବା ସାଙ୍ଗଠନିକ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରଂଶସା କରିଥିଲେ। ଏଥିସହିତ ଆଗାମୀ ଜାନୁଆରି ୨୦ ତାରିଖରେ ଜେ ପି ନଡ୍ଡା ବିଧିବଦ୍ଧ ଭାବେ ବିଜେପିର ସଭାପତି ପଦ ପାଇବାକୁ ଯାଉଛନ୍ତି ବୋଲି ସେ କହିଥିଲେ।

ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ସଭାପତି ରହିଛନ୍ତି। ତାଙ୍କ ସହ ଜେ ପି ନଡ୍ଡା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ଜାନୁଆରି ୨୦ରେ ଅମିତ ଶାହ ତାଙ୍କର ଏହି ପଦରୁ ଇସ୍ତଫା ଦେବା ସହ ଜେ ପି ନଡ୍ଡା ନୂଆ ବିଜେପି ସଭାପତି ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Comment