ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଯୌତୁକ ନିର୍ଯାତନା ବିଭତ୍ସ ହେବାରେ ଲାଗିଛି। ଯାଜପୁର ଜିଲ୍ଲା ବରି ଥାନା ଅଧୀନ ଶଙ୍କରିକୂଳା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ମିଶି ବାଡ଼େଇବା ପରେ ଗରମ ପେଜ ପକାଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ ମହିଳା ଜଣକ ହେଲେ ଯାଜପୁର ଜିଲ୍ଲା ବରୁହାଁ ଗାଁର ବ୍ରଜ କିଶୋର ବରୀଙ୍କ ଝିଅ ତୁଳସୀ ବରି।

୨୦୧୮ ଏପ୍ରିଲରେ ତୁଳସୀ ବରି ଭିକାରି ମଲ୍ଲିକଙ୍କ ପୁଅ ରାମ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହ ସମୟରେ ହିଁ ତୁଳସୀଙ୍କ ବାପା ଯୌତୁକ ଦେଇଥିଲେ। ହେଲେ ବାହାଘର ପରେ ତୁଳସୀଙ୍କ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରିଆସୁଥିଲେ। ଫଳରେ ସେମାନେ ତୁଳସୀଙ୍କୁ ମାନସିକ ଓ ଶରୀରିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ।

ସୋମବାର ତୁଳସୀଙ୍କ ଶାଶୂ ଘର ଲୋକ ତାଙ୍କୁ ମାରପିଟ୍‌ କରିବା ସହ ତାଙ୍କ ଉପରେ ଗରମ ପେଜ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Comment