ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଦେଉଳି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପ୍ରସିଦ୍ଧ ଠାକୁରାଣୀ ମା’ ସଙ୍କଟତାରିଣୀଙ୍କ ମନ୍ଦିରରେ ହୋଇଥିବା ଭୋଜିରୁ ମଲା ସାପ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛିା

ବିଭିନ୍ନ ମେଳା ମହୋତ୍ସବ ହେଲେ କିମ୍ବା ମାନସିକ ବ୍ରତଧାରୀ ଲୋକମାନେ ମା’ଙ୍କ ପୀଠରେ ଭୋଜିଭାତ କରି ଭୋଗ ଲଗାଇଥାନ୍ତି। ବୁଧବାର ରାତିରେ ଠାକୁରାଣୀଙ୍କ ନିକଟରେ ଗାଁ ଲୋକେ ମିଶି ଭୋଜି କରିଥିଲେ। ପ୍ରାୟ ୫୦ରୁ ଅଧିକ ଲୋକେ ଭୋଜି ଖାଇସାରିବା ପରେ ଅନ୍ନ ରହିଥିବା ଝୁଡିରୁ ବାହାରିଥଲା ଏକ ମଲା ଚିତିସାପ।

ଏହା ଦେଖିବା ପରେ କଥା ବିଜୁଳି ବେଗରେ ଗାଁରେ ବ୍ୟାପି ଯାଇଥିଲା। ଭୋଜିଭାତ ଖାଇ ଲୋକେ ଘରକୁ ଚାଲି ଯାଇଥିଲେ। ଯେଉଁମାନେ ଭୋଜି ଖାଇଥିଲେ ସେମାନେ ଭୟଭୀତ ହୋଇଯାଇଥିଲୋ ଖାଦ୍ୟରେ ବିଷାକ୍ତ ସାପର ବିଷ ଥିବା ଆଶଙ୍କା କରି ଲୋକେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଧାଇଁଥିଲେ।

ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ୫୦ରୁ ଅଧିକ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ଚିକିତ୍ସା କରାଯାଇଛି। ରକ୍ତନମୁନା ପରୀକ୍ଷା କରିଯିବା ସହିତ ସମସ୍ତ ରୋଗୀମାନଙ୍କର ଇସିଜି କରାଯାଇଛି। ଏମାନେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Comment