ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବାଗି’, ‘ବାଗି ୨’ର ଢେର ସଫଳତା ପରେ ‘ଟାଇଗର ଶ୍ରଫ୍‌’ ଆଗାମୀ ଫିଲ୍ମ ବାଗି ୩ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ନିର୍ମାତା ଆଜି ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି। ସବୁଥର ଭଳି ଏଥର ବି ପୋଷ୍ଟରରେ ଟାଇଗରଙ୍କୁ ଜବରଦସ୍ତ ଆକ୍ସନ ମୁଡରେ ଦେଖିବାକୁ ମିଳିଛି।

ପୋଷ୍ଟରରେ ଟାଇଗରଙ୍କୁ ଏକ ଆର୍ମି ଟ୍ୟାଙ୍କ୍‌ ସାମ୍ନାରେ ଛିଡ଼ା ହେବା ସହ ହାତରେ ରାଇଫଲ ଧରିଥବା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଫେବ୍ରୁଆରି ୬ରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି, ଯାହାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଏଥିରେ ଅଭିନେତା ରିତେଶ ଦେଶମୁଖଙ୍କୁ ଖଳନାୟକ ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଫିଲ୍ମ ବାଗିରେ ଟାଇଗରଙ୍କ ସହ ଶ୍ରଦ୍ଧା, ବାଗି ୨ରେ ଦିଶା ପାଟନୀ ଅଭିନୟ କରିଥିଲେ। ଉଭୟ ଫିଲ୍ମକୁ ଦର୍ଶକ ପସନ୍ଦ କରିଥିଲେ।

Comment