ଓଡ଼ିଶାଲାଇଭ୍ ବ୍ୟୁରୋ

 ଓଡ଼ିଶାରେ ନିଜର ଅନଲାଇନ୍ ବ୍ୟବସାୟ ଆରମ୍ଭ କରିଛି ବଜାରଓନେଟ୍। ଆଣ୍ଡ୍ରୋଏଡ୍ ଆପ୍ ଜରିଆରେ ରାଜ୍ୟବାସୀଙ୍କୁ ହାତ ପାଆନ୍ତାରେ ଅନଲାଇନ୍ ସପିଙ୍ଗ୍ ଯୋଗାଇବାସହ ଏହି ଆପ୍ ଲୋକମାନଙ୍କୁ ହୋମ୍ ଡେଲିଭରି ମଧ୍ୟ ଯୋଗାଇବ।

ବୁଧବାର ଏହି ଆପକୁ ଲଞ୍ଚ କରି ବଜାରଓନେଟକୁ ଆରମ୍ଭ କରିଥିବା ଉଦ୍ୟୋଗୀ ସଞ୍ଜୟ ମହାପାତ୍ର ଓ ପ୍ରଦୀପ ଦାସ କହିଥିଲେ ଯେ ଏହି ଆପ୍ ଜରିଆରେ ଲୋକମାନେ ଘରେ ବସି ସପିଙ୍ଗ୍ କରିବାର ସୁବିଧା ପାଇପାରିବେ। ଏପରିକି ଗୋଟିଏ କଲରେ ସେମାନଙ୍କୁ ହୋମ୍ ଡେଲିଭରିର ସୁବିଧା ମଧ୍ୟ ମିଳିପାରିବ ବୋଲି ସେ କହିଛନ୍ତି।ଏହାଦ୍ୱାରା ପ୍ରାୟ ୧ ହଜାର ଲୋକ ନିଯୁକ୍ତି ପାଇପାରିବେ ଏବଂ ଚାଷୀ, ଛୋଟ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଲାଭବାନ ହୋଇପାରିବେ। ଏଥିସହିତ ଏହାଦ୍ୱାରା ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମଧ୍ୟସ୍ଥି ଗୋଷ୍ଠୀ ମଧ୍ୟ ଲୋପ ପାଇବେ। ଉପଭୋକ୍ତାମାନେ ଉଚିତ୍ ମୂଲ୍ୟରେ ସଠିକ୍ ଉତ୍ପାଦ ପାଇପାରିବେ ବୋଲି ବୋଲି ସେ କହିଛନ୍ତି।

ଏଥିସହିତ ବଜାରଓନେଟ୍ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମଡେଲରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି କୁହାଯାଇଛି।

Comment