ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ଜଜ୍‌ ଅଶୋକ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ଜଜ୍‌ ଅଶୋକ କୁମାର ପଣ୍ଡା ୫ଟି ଏମ୍‌ଏସିଟି ମାମଲା ସମାଧାନ କରି ୧୯ ହଜାର ୬୫ ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି। ସେହିପରି ପରିବାର ବିଚାର ବିଭାଗୀୟ ଜଜ୍‌ ଶୋଭମ୍‌ କୁମାର ଦାସ ୫ଟି ପାରିବାରିକ ଗଣ୍ଡଗୋଳ ମାମଲାର ଆପୋସ ମିଳିମିଶା କରିଛନ୍ତି।

ବରିଷ୍ଠ ଦେଓ୍ଵାନୀ ଜଜ୍‌ ଏସ୍‌ ଶୁଭଲକ୍ଷ୍ମୀ ୩ଟି ବ୍ୟାଙ୍କ ମାମଲାର ସମାଧାନ କରି ୧ ଲକ୍ଷ, ୯୮ ହଜାର, ୬୫୫ ଟଙ୍କା ଋଣ ଆଦାୟ କରିଛନ୍ତି। ସେହିପରି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅମିତ କୁମାର ବାରିକ ୩ଟି ଫୌଜଦାରୀ ମାମଲା ଓ ଗୋଟିଏ ଘରୋଇ ହିଂସାର ଆପୋସ ମିଳିମିଶା କରାଇଛନ୍ତି।

ଏହି ଲୋକ ଅଦାଲତରେ ସର୍ବମୋଟ ୮୧ଟି ମାମଲାର ଶୁଣାଣି ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଣୟ କୁମାର ଦାସ, ରେଜିଷ୍ଟ୍ରା ମନୋରଞ୍ଜନ ଦାସ୍‌, ବିଚାର ବିଭାଗୀୟ ଅଧିକାରୀ ବନଜା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା ଏହାକୁ ପରିଚାଳନା କରିଥିଲେ।

Comment