ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ। ଅଦିନିଆ ବର୍ଷା ଯୋଗୁଁ ଉଜୁଡ଼ିଲା ଫସଲ। ରାଜ୍ୟର ବରଗଡ଼, ସୁନ୍ଦରଗଡ଼ ଓ ସମ୍ଵଲପୁରରେ ଅଞ୍ଚଳରେ ବର୍ଷାରେ ଭିଜିଲା ଶହ ଶହ ବସ୍ତା ଧାନ। ଟୋକନ ଅବ୍ୟବସ୍ଥା ଯୋଗୁଁ ମଣ୍ଡିରୁ ଧାନ ଉଠିପାରିନଥିଲା। ଫଳରେ ଧାନ ବସ୍ତା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।

ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ବିଭିନ୍ନ ମଣ୍ଡିରେ ଏହି ଅବସ୍ଥା ଦେଖିବାକୁ ମିଳିଛି। ସେହିପରି ସମ୍ଵଲପୁର ଜିଲ୍ଲାର ବାମରା, କେନାଢ଼ିପା, ଭୋଜପୁର, ଫାଶୀମାଲ ଗୁଣ୍ଡୁରୁଚୁଆଁ ଓ ଜମନକିରା ଅଞ୍ଚଳରେ ଥିବା ମଣ୍ଡି ବାହାରେ ପଡ଼ିଥିବା ହଜାର ହଜାର ଧାନବସ୍ତା ନଷ୍ଟ ହୋଇଛି।

ମଣ୍ଡିଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଅଭାବ ଯୋଗୁଁ ଧାନଗୁଡ଼ିକ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସେହିପରି କ୍ଷତିପୂରଣ ପାଇଁ ଚାଷୀମାନେ ଦାବି କରିଛନ୍ତି।

Comment