ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀରୁ ବଞ୍ଚିବାକୁ ଗୋଟିଏ ପରେ ଗୋଟିଏ ଉପାୟ ଆପଣଉଛନ୍ତି ନିର୍ଭୟା ଦୋଷୀ। ମଙ୍ଗଳବାର ପୁଣି ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଜକ୍ଷମା ଆବେଦନ ଖାରଜକୁ ନେଇ ବିନୟ ଶର୍ମା କୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଛି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରି ବିନୟ ଏହି ପିଟିସନ ଦାଖଲ କରିଛି। ପୁଣିଥରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟଙ୍କୁ ନିବେଦନ କରିଛି ବିନୟ ଶର୍ମା।

କ’ଣ ଏହି ରିଟ ପିଟିସନ?

ରିଟ୍‌ ପିଟିସନ ଏକ ରିଟିର୍ଣ୍ଣ ଅର୍ଡର। ଯେତେବେଳେ କେହି ଆପଣଙ୍କ ମୌଳିକ ଅଧିକାର ଛଡ଼ାଇ ନେଉଛି ସେତେବେଳେ ଆପଣ ଏହି ରିଟ୍‌ ପିଟିସନ ଦାଖଲ କରିପାରିବେ। କୋର୍ଟରେ ଏହି ପିଟିସନ ଦାଖଲ ହେବାପରେ ଯେଉଁ ବ୍ୟକ୍ତି ବା ଯେଉଁ ସଂସ୍ଥା ବିରୋଧରେ ପିଟିସନ ଦାଖଲ ହୋଇଥାଏ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଜାରି କରିଥାନ୍ତି।

ଧାରା ୩୨ ଅନୁସାରେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ ହୋଇଥାଏ। ଏହି ରିଟ୍‌ ପିଟିସନ ବି ଅନେକ ପ୍ରକାରର ରହିଛି। ଭିନ୍ନ ଭିନ୍ନ ମାମଲା ପାଇଁ ଭିନ୍ନ ପ୍ରକାରର ରିଟ୍‌ ପିଟିସନ ଦାଖଲ ହୋଇଥାଏ।

Comment