ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରାତି ପାହିଲେ ଭାଲେଣ୍ଟାଇନ ଡେ’ ବା ପ୍ରେମର ଦିବସ। ଏହି ଦିବସ ପୂର୍ବରୁ ଜଣେ ଯୁବକ ପ୍ରେମରେ ବିଫଳ ହୋଇ ପିଇଲେ କୀଟନାଶକ।   ଏଭଳି ଏକ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ମକରପଲ୍ଲୀ ଗ୍ରାମରେ।

ସନାତନ ନାୟକ (୧୮) ନାମକ ଜଣେ ଯୁବକ ଜଣେ ୧୬ ବର୍ଷୀୟ ଯୁବତୀକୁ ପ୍ରେମନିବେଦନ କରି ବିଫଳ ହେବାପରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ସନାତନକୁ ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡ଼ା ହସ୍ପିଟାଲ ଓ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।

Comment