ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୪ ଓ ୨୫ରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଗୁଜରାଟ ସରକାର ଆୟୋଜନ କରିଥିବା ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମର ନାଁ ପରିବର୍ତ୍ତନ କରାଯାଇଛି। ଏହି କାର୍ଯ୍ୟକ୍ରମର ନାଁ ଏବେ ‘ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ’ ରଖାଯାଇଛି।
‘କେମ୍ ଛୋ ଟ୍ରମ୍ପ’ କେବଳ ଗୁଜରାଟ ଭାଷାରେ ସୀମିତ ରହିଥିବାରୁ କେନ୍ଦ୍ର ସରକାର କାର୍ଯ୍ୟକ୍ରମର ନାଁ ବଦଳାଇଛନ୍ତି।
ଏହି ଗସ୍ତରେ ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଆସିବେ। ଟ୍ରମ୍ପ ନୂଆଦିଲ୍ଲୀ ଓ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।


















