ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରେ ଆୟୋଜିତ ହେଇଯାଇଛି ସାଇବର ଆଇନକୁ ନେଇ ସଚେତନତା ଶିବିର। ଜିଲ୍ଲା ଆଇନ ସେବା ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ପ୍ରକୋଷ୍ଠରେ ଏହି ଶିବିର ହୋଇଥିଲା। ଅଇନଜୀବୀ, ପୋଲିସ ଅଫିସର ଓ ପାରା ଲିଗାଲ ସ୍ଵେଚ୍ଛାସେବୀଙ୍କୁ ନେଇ “ସାଇବର ଆଇନ ଓ ମୋଡିଫାଏଡ କ୍ଲେମସ ଟ୍ରିବ୍ୟୁନାଲ ଏଗ୍ରୀଡ ପ୍ରୋଷିଡିୟର” ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଣୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅମିତ କୁମାର ବାରିକ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣର ସମ୍ପାଦକ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିଲେ।

ପ୍ରଥମେ ସମ୍ପାଦକ ପ୍ରସନ୍ନ କୁମାର ବେହେରା ସଭାର ଆରମ୍ଭ କରି ସ୍ଵାଗତ ଜଣାଇଥିଲେ ଓ ସାଇବର କ୍ରାଇମ ଉପରେ ଆଲୋକପାତ କରିଥିଲେ। ଏହାସହ ଅତିରିକ୍ତ ଜଜ୍‌ ପ୍ରଣୟ କୁମାର ସାହୁ ସାଇବର ଆଇନ ବିଷୟରେ ଆଲୋକପାତ କରିଥିଲେ। ଏହାସହ ଏହି ଆଇନକୁ କିପରି ପାଳନ କରାଯିବ ଏନେଇ ଆଇନଜୀବୀ ଓ ପୋଲିସ ଅଧିକାରୀଙ୍କୁ ବୁଝାଇଥିଲେ।

Comment