ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଆହୁରି ଦଶଟି ଦୂରଦର୍ଶନ ରିଲେ କେନ୍ଦ୍ର ବନ୍ଦ ହେବାକୁ ଯାଉଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏଗୁଡ଼ିକ ବନ୍ଦ ହୋଇଯିବ। କେନ୍ଦ୍ର ସରକାର ଏନେଇ ଗତ ମାସ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକ ହେଲା ଭଞ୍ଜନଗର, ଆନନ୍ଦପୁର, ବ୍ରଜରାଜନଗର, ଦଶରଥପୁର, ଢେଙ୍କାନାଳ, ଯୋଡ଼ା, କରଞ୍ଜିଆ, ଖଣ୍ଡପଡା, ମୋହନା ଓ ରାଜଗାଙ୍ଗପୁର।

ଦେଶର ସର୍ବମୋଟ ୧୨୫ଟି ଲୋ ପାୱାର ଟ୍ରାନ୍ସମିଟରକୁ ବନ୍ଦ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ଦଶଟି କେନ୍ଦ୍ର ରହିଛି। ମଜା କଥା ହେଲା ଭଞ୍ଜନଗରଠାରେ ଥିବା ଏଲ୍‌ପିଟିକୁ ବିପୁଳ ଅର୍ଥ ଖର୍ଚ୍ଚ କରି ନିକଟରେ ହିଁ ଆଧୁନିକୀକରଣ କରାଯାଇଥିଲା। ସେତେବେଳର ସାଂସଦ ସୋମନାଥ ରଥଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ରିଲେ କେନ୍ଦ୍ରକୁ କିଛିଦିନ ତଳେ ୫୦୦ ୱାଟରେ ପରିଣତ କରାଯାଇଥିଲା।

Comment