ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହେଲା ନିର୍ମାଣ ଶ୍ରମିକ ସେବା ସପ୍ତାହ। ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଜି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମାବେଶରେ ବହୁ ଶ୍ରମିକ ସଙ୍ଗଠନର ନେତାଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ୫ହଜାର ଶ୍ରମିକ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ୧୫ଶହ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାସହ ୨୨ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର କାର୍ଯ୍ୟାଦେଶ ମିଳିଛି।’’

Comment