ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ମାର୍ଚ୍ଚ ୫ ତାରିଖରେ ପାଳନ କରାଯିବ। ମାର୍ଚ୍ଚ ୫ରେ କଟକ ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଏହି ଅବସରରେ ବିଜୁ ଜୟନ୍ତୀ ଦିବସଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ପକ୍କା ଘର ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ‘ପକ୍କା ଘର ଯୋଗ୍ୟତା କାର୍ଡ’ ପ୍ରଦାନ କରାଯିବ। ସେହିପରି ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ‘ଜାଗା ମିଶନ’ ଜରିଆରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯିବ।

ଏହି କାର୍ଯ୍ୟକ୍ରମକୁ ଆନ୍ତରିକତାର ସହ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ କାର୍ଯ୍ୟକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ଜିଲ୍ଲା ସଭାପତିଙ୍କୁ ଚିଠି ଲେଖିଛନ୍ତି।

ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏଁ ବିଜୁ ଜୟନ୍ତୀ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ। ଏହାସହ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯିବ। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ମହିଳା ଦିବସ ଆୟୋଜନ କରାଯିବ।

Comment