ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠ ପଞ୍ଚାୟତର ଶ୍ରୀରଙ୍ଗାରାଜପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁମତି ନାୟକ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସ୍କୁଲ ଚାଲିଥିବା ସମୟରେ ଚଟାଣରେ ଗାମୁଛା ପକାଇ ଶୋଇଥିବା ଭିଡିଓ ଭାଇରଲ ହେବାପରେ କୁକୁଡା଼ଖଣ୍ଡି ବିଇଓ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଲିଥିବା ବେଳେ ଦିନ ୧ଟାରେ ସୁମତି ନାୟକ ସ୍କୁଲ ଗୋଦାମ ଘରେ ଶୋଇପଡ଼ିଥିଲେ। ଏହି ସମୟରେ କେତେଜଣ ଅଭିଭାବକ ସ୍କୁଲକୁ ଆସିଥିଲେ ଓ ଏହି ଦୃଶ୍ୟ ମୋବାଇଲ ଫୋନରେ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Comment