ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ଆର୍‌ ରେହମାନ। ହିନ୍ଦୀ ସଙ୍ଗୀତ ଜଗତରେ ଏକ ପରିଚିତ ନାଁ। ଏମିତିକି ତାଙ୍କୁ କେହି କେହି ‘ଗଡ୍‌ ଅଫ୍‌ ମ୍ୟୁଜିକ’ ମଧ୍ୟ କହୁଛନ୍ତି। ବଲିଉଡକୁ ସେ ଅନେକ ହିଟ୍‌ ଗୀତ ଭେଟି ଦେଇଛନ୍ତି। ଜଣେ ସିଙ୍ଗର, ମ୍ୟୁଜିକ କମ୍ପୋଜର, ପ୍ରଡ୍ୟୁସର ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି।  ଆଜି ଏହି ‘ଗଡ ଅଫ୍‌ ମ୍ୟୁଜିକ’ଙ୍କ ଜନ୍ମଦିନ। ଏ ଆର୍‌ ରେହମାନଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ରୋଚକ କଥା..

୧୯୬୭ ମସିହାରେ ଦକ୍ଷିଣ ଭାରତରେ ଏକ ହିନ୍ଦୁ ପରିବାରେ ଜନ୍ମ ହୋଇଥିବା ରେହମାନ ହିନ୍ଦୀ, ତାମିଲ, ହଲିଉଡରେ ବି ନିଜର ପ୍ରତିଭା ଦେଖାଇଛନ୍ତି। ପିଲାବେଳେ ତାଙ୍କ ନାଁ ଏ ଏସ୍‌ ଦିଲ୍ଲୀପ କୁମାର ଥିଲା। ପରେ ସେ ନିଜ ଧର୍ମ ବଦଳାଇବା ସହ  ନିଜ ନାଁ ବଦଳାଇ ଏ ଆର୍‌ ରେହମାନ ରଖିଥିଲେ। ପିଲାବେଳର ନାଁ ତାଙ୍କୁ ତାଙ୍କ ସଂଘର୍ଷ ଦିନକୁ ମନେ ପକାଇଥାଏ। ସେଥିପାଇଁ ସେ ନିଜ ବଦଳାଇ ଦେଇଥିବା କୁହାଯାଏ।

ରେହମାନ ପ୍ରଥମେ ଏକ ଟିଭି ସୋ’ ଓ୍ୱଣ୍ଡରରେ ଆସିଥିଲେ। ସେତେବେଳେ ସେ ଛୋଟ ଥିଲେ।

ରେହମାନ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ଥରେ ତାଙ୍କ ବାପା ତାଙ୍କ ଏକ ମ୍ୟୁଜିକାଲ କି ବୋର୍ଡ ଗିଫ୍ଟ କରିଥିଲେ। ଏହାପରେ ସେ ତାଙ୍କ ଲକ୍ଷ୍ୟ ବଦଳାଇ ଦେଇଥିଲେ। ସଙ୍ଗୀତ ଜଗତକୁ ଆକୃଷ୍ଟ ହୋଇଥିଲେ।

ରେହମାନ ଏକମାତ୍ର ବ୍ୟକ୍ତି ଯିଏ ଗୋଟିଏ ବର୍ଷରେ ୨ ଥର ଓସ୍କାର ପୁରସ୍କାର ପାଇଛନ୍ତି।

ଏୟାରଟେଲ୍‌ ସଗ୍ନେଚର ଟ୍ୟୁନ ରେହମାନ ହିଁ କମ୍ପୋଜ କରିଛନ୍ତି।

ପୀର ବାବାଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଧର୍ମ ବଦଳାଇଥିବା କହନ୍ତି। ୧୯୮୬ରେ ରେହମାନଙ୍କ ବାପାଙ୍କ ମୃତ୍ୟୁ ପରେ ସେ କାଦ୍‌ରୀ ସାହେବ ସଂପର୍କରେ ଆସିଥିଲେ। ଏହାପରେ ସେ ନିଜ ଧର୍ମ ପରିବର୍ତ୍ତନ କରିନେଇଥିଲେ।

Comment