ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ କୋରୋନା ଭାଇରସ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଦୁଇ ଜଣ ସନ୍ଦିଗ୍ଧ ଥାଇଲାଣ୍ଡର ହୋଇଥିବା ହେତୁ ତାଙ୍କୁ ହସ୍ପିଟାଲ ଆଣି ଯାଞ୍ଚ କରାଯାଉଛି ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ କହିଛନ୍ତି।

ସେମାନଙ୍କର ରକ୍ତ ନମୁନା ଯାଞ୍ଚ କରିବା ପାଇଁ ପଠାଯିବ। ପରୀକ୍ଷା ପରେ ଯଦି ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସେ ତେବେ ତାଙ୍କୁ ଛାଡ଼ିଦିଆଯିବ ବୋଲି କୁହାଯାଇଛି। ଅନ୍ୟପଟରେ ଏହି ଦୁଇ ସନ୍ଦିଗ୍ଧ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ସେମାନଙ୍କର ଚିକିତ୍ସା ଠିକ୍ ଭାବେ ଚାଲିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

କୋରୋନା ଭାଇରସକୁ ନେଇ ସାରା ଦେଶରେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି। ଲୋକମାନେ ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ଦେଶରେ ଏବେ ୩୧ ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ ଅନେକ ଲୋକ ସନ୍ଦିଗ୍ଧ ଅବସ୍ଥାରେ ଅଛନ୍ତି।

Comment