ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ବି ଦୁନିଆରେ କିଛି ସ୍ଥାନର ରହସ୍ୟ, ରହସ୍ୟ ହୋଇ ରହିଛି। ସେହି ରହସ୍ୟ ପଛର କାରଣ ବୈଜ୍ଞାନିକ ମଧ୍ୟ ଖୋଜି ପାଇନାହାନ୍ତି। ଆଜି ଆମେ ଆପଣଙ୍କୁ ସେମିତି ଏକ ରହସ୍ୟମୟ ଜଳଭଣ୍ଡାର ବିଷୟରେ କହିବୁ ଯାହାର ଗଭୀରତା କେତେ ବୈଜ୍ଞାନିକ ବି ଆଜିଯାଏଁ ଜାଣି ପାରୁନାହାନ୍ତି।

ଏହି ରହସ୍ୟମୟ ଜଳଭଣ୍ଡାରର ନାମ ଭୀମକୁଣ୍ଡ, ଯାହା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାଠାରୁ ୭୦ କିଲୋମିଟର ଦୂରରେ ଥିବା ବାଜନା ଗ୍ରାମରେ ରହିଛି। ଏହି ଜଳକୁଣ୍ଡ ନାଁରୁ ଜଣାପଡ଼ୁଛି ଯେ ଏହା ମହାଭାରତ ସହିତ ଜଡ଼ିତ। କୁହାଯାଏ ପାଣ୍ଡବମାନେ ଅଜ୍ଞାତବାସରେ ଥିଲେ। ସେତେବେଳେ ସେମାନଙ୍କୁ ଜୋରରେ ଶୋଷ ହେଉଥିଲା। କିନ୍ତୁ ସେମାନଙ୍କୁ କେଉଁଠି ବି ପାଣି ମିଳିଲାନି। ଶୋଷ ମେଣ୍ଟାଇବା ପାଇଁ ଭୀମ ନିଜ ଗଦାରେ ପ୍ରହାର କରି ମାଟି ତଳୁ ପାଣି ବାହାର କରିଥିଲେ। ଏହା ଭୀମକୁଣ୍ଡ ନାଁରେ ପରିଚିତ ହୋଇଥିଲା। ଏହି କୁଣ୍ଡର ଆକୃତି ମଧ୍ୟ ଏକ ଗଦା ଭଳି।

କୁଣ୍ଡର ବିଶେଷତା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ। ବିଶ୍ୱାସ ରହିଛି ଯେତେବେଳେ ବି ବନ୍ୟା ବା ବାତ୍ୟା ଆସେ ସେତେବେଳେ ଏହାର ଜଳ ଆପେ ଆପେ ବଢ଼ିଥାଏ।

କୁହାଯାଏ ଯେ ସ୍ଥାନୀୟ ପ୍ରଶାସନଠାରୁ ବିଦେଶୀ ବୈଜ୍ଞାନିକ ଏବଂ ସମସ୍ତେ ଏହି ରହସ୍ୟମୟ ଜଳକୁଣ୍ଡର ଗଭୀରତା ଖୋଜିବାକୁ ଚେଷ୍ଟା କରାଯାଇଛି କରି ବିଫଳ ହୋଇଛନ୍ତି।

Comment