ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଏବେ ଭାରତର ଚିନ୍ତା ବଢ଼ାଇ ଦେଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୬୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳରେ ୮ଟି, ମହାରାଷ୍ଟ୍ରରେ ୫ଟି, କର୍ଣ୍ଣାଟକରେ ୪ଟି, ଜମ୍ମୁ କଶ୍ମୀରରେ ଗୋଟିଏ ରିପୋର୍ଟ ପଜେଟିଭ୍ ଆସିବା ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି।

କେରଳରେ ମୋଟ ୧୪ ଶହ ୫୫ ଜଣ ସନ୍ଦିଗ୍ଧଙ୍କୁ ଅବଜରଭେସନରେ ରଖାଯାଇଛି। କେରଳ ସରକାର କୋରୋନା ପାଇଁ କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ବିବାହ ଉପରେ କଟକଣା ଜାରି ହେବା ସହିତ ଧର୍ମାନୁଷ୍ଠାନରେ ଉତ୍ସବ ପାଳନ ପାଇଁ ଏକତ୍ରିତ ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମାର୍ଚ୍ଚ ୩୧ ଯାଏଁ କେରଳରେ ସବୁ ସିନେମା ହଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିନକୁ ଦିନ ସାରାବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଚୀନରେ ସ୍ଥିତି ସୁଧୁରୁଥିଲା ବେଳେ ସାରାବିଶ୍ୱରେ ମୃତ୍ୟ ସଂଖ୍ୟା ୪ ହଜାର ୨୯୪କୁ ବୃଦ୍ଧି ହୋଇଛି।

Comment