ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଡିଫେନ୍ସ ପ୍ରଡକ୍ସନ ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀ (DP IT) ରେ ୩ଟି ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ମାର୍ଚ୍ଚ ୨୩ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ଆଡିସନାଲ୍‌ ଜେନେରାଲ ମ୍ୟାନେଜର (AGM) – ଗୋଟିଏ ପଦବୀ
  • ଡେପୁଟି ଜେନେରାଲ ମ୍ୟାନେଜର (DGM) – ଦୁଇଟି ପଦବୀ

ଯୋଗ୍ୟତା:

  • ସାଇନ୍ସ/ଆଇଟି/ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଯେକୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ବା କେନ୍ଦ୍ରଶାସିତ ଅଞ୍ଚଳର ଆଡ୍‌ମିନିଷ୍ଟ୍ରେସନସ୍‌ରେ/ଆଇଆଇଟି ରେ କାର୍ଯ୍ୟରତ କର୍ମଚାରୀମାନେ ଆବେଦନ କରିପାରିବେ।
  • AGM ପଦବୀ ପାଇଁ- ଡିରେକ୍ଟର କିମ୍ବା ସମକକ୍ଷକ ପଦବୀରେ କାର୍ଯ୍ୟ କରୁଥିବେ। ମୁଖ୍ୟ ଆଇଟି ପ୍ରୋଜେକ୍ଟରେ କାମ କରିବାର ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • DGM ପଦବୀ ପାଇଁ- ଡେପୁଟି ସେକ୍ରିଟାରୀ ପଦବୀରେ କରୁଥିବେ। ମୁଖ୍ୟ ଆଇଟି ପ୍ରୋଜେକ୍ଟରେ କାମ କରିବାର ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

 

ବୟସ– ୫୦ ବର୍ଷରୁ କମ୍‌ ବୟସ୍କ

ନିଯୁକ୍ତି ସ୍ଥାନ– ଦିଲ୍ଲୀ

ଦରମା:

  • ଏଜିଏମ୍‌- ୧, ୦୦, ୦୦୦ରୁ ୨, ୬୦, ୦୦୦ ଟଙ୍କା
  • ଡିଜିଏମ୍‌- ୯୦,୦୦୦ରୁ ୨, ୪୦, ୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଡାକ ମାଧ୍ୟମରେ ମାର୍ଚ୍ଚ ୨୩ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ରୁମ୍‌ ନଂ-୬୦୨, ୬ଷ୍ଠ ଫ୍ଲୋର୍‌, ଡିଏମ୍‌ଆର୍‌ସି ବିଲ୍ଡିଂ, କନେକ୍ଟ,ସ୍‌ ଟାଓ୍ଵାର-୨, ଭବଭୁତି ମାର୍ଗ, ନୂଆ ଦିଲ୍ଲୀ-୧୧୦୦୦୨ (ସିଇଓ, ଡିପି ଆଇଟି ଡିଭିଜନ୍‌)

ଅଧିକ ସୂଚନା ପାଇଁ mod.gov.in ରେ ଲଗ୍‌ଇନ୍‌ କରନ୍ତୁ।

Source: https://www.chakiri.plus/

Comment