ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୨୨ ମାର୍ଚ୍ଚ ୨୦୨୦କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି। କରୋନା ଭୂତାଣୁ ବିରୋଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତାଭରା, ବୈଜ୍ଞାନିକ ଓ ଆଧ୍ୟାତ୍ମିକ ପଦକ୍ଷେପ ବୋଲି କୁହାଯାଉଛି।

କରୋନା ଭୂତାଣୁର ଆୟୁଷ ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ପ୍ରକାର ହୋଇଥାଏ। ଏହି ଭୂତାଣୁ ସାଧାରଣ ପରିସ୍ଥିତିରେ ୩ରୁ ୭୨ ଘଣ୍ଟା ଯାଏଁ ସକ୍ରିୟ ରହିପାରେ। ଅର୍ଥାତ ଏହାର ଆୟୁଷ ଅତି ବେଶୀରେ ୭୨ ଘଣ୍ଟା। କିନ୍ତୁ ଅଧିକାଂଶ ଭୂତାଣୁ ୩୬ ଘଣ୍ଟା ଭିତରେ ହିଁ ସମାପ୍ତ ହୋଇଯାଆନ୍ତି। ଯଦି ସରକାର ସଂପୂର୍ଣ୍ଣ ଦେଶକୁ କ୍ୱାରେଣ୍ଟାଇନ (ପୃଥକ) କରିବା ପାଇଁ ଚାହାନ୍ତି କିମ୍ବା ଡାକ୍ତରଖାନାରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିବା ପାଇଁ ଚାହାନ୍ତି ତାହା ଆଦୌ ସମ୍ଭବ ନୁହଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ପରାମର୍ଶଦାତାମାନେ ରବିବାର ଦିନଟିକୁ ବାଛିଛନ୍ତି, ଯେଉଁଦିନ ସମସ୍ତ ଦେଶବାସୀଙ୍କୁ ଘରେ ଅଟକାଇ ରଖିବା ସହଜ।

ଯେତେବେଳେ ସମସ୍ତେ ୨୨ ତାରିଖ ସକାଳୁ ୭ଟାରୁ ରାତି ୯ଟା ଯାଏଁ ଜନତା କର୍ଫ୍ୟୁ ନାମରେ ଘରେ ରହିବେ, ସମଗ୍ର ଦେଶବାସୀଙ୍କୁ ୩୬ ଘଣ୍ଟା ଯାଏଁ କ୍ୱାରେଣ୍ଟାଇନରେ ରଖାଗଲା ବୋଲି ଧରି ନିଆଯିବ। ପ୍ରକୃତରେ ୨୧ ମାର୍ଚ୍ଚ ରାତିରୁ ହିଁ ଏହି ଆଇସୋଲେସନ ଆରମ୍ଭ ହେବ। ପରଦିନ ଅର୍ଥାତ ୨୨ ଓ ତା’ ପର  ଦିନ ୨୩ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ରାସ୍ତା ଘାଟ ଶୂନସାନ ରହିବ। ଏହା ଫଳରେ ବାୟୁମଣ୍ଡଳ ସମେତ ବ୍ୟକ୍ତିବିଶେଷଙ୍କଠାରେ ଥିବା ଭୂତାଣୁ ଆଉ ସଂକ୍ରମଣ ହୋଇ ପାରିବ ନାହିଁ। ଏହିପରି ଏକ ସିଦ୍ଧାନ୍ତ ଉପରେ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀଙ୍କ ଏହି ନିବେଦନଙ୍କୁ ଓଡ଼ିଶା ସମେତ ବହୁ ରାଜ୍ୟ ସରକାର ସମର୍ଥନ କରିଥିବା ବେଳେ ସୋସିଆଲ ମିଡିଆରେ ବି ଏହାକୁ ବିପୁଳ ସମର୍ଥନ ମିଳିଛି।

Comment