ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ଯାତୟାତ କରିବା ପାଇଁ ଦରକାର ହେଉଥିବା ପାସ୍‌ ବଣ୍ଟନକୁ ବାତିଲ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ପାସ୍‌ ପାଇଁ ଥାନା ଆଗରେ ଲୋକମାନେ ଭିଡ଼ କରୁଥିବାରୁ ଏହାକୁ ବାତିଲ କରାଯାଇଛି।

କମିସନର ଟୁଇଟି କରି କହିଛନ୍ତି, “ପାସ୍‌ ପାଇଁ ଲୋକ ଭିଡ଼ କରୁଥିବାରୁ ପାସ୍‌ ବ୍ୟବସ୍ଥାକୁ ସ୍ଥଗିତ କରାଗଲା। ଭିଡ଼ ପାଇଁ ସାମାଜିକ ଦୂରତ୍ଵ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି। ଯାତାୟାତ ପାଇଁ ନିଜ ପରିଚୟପତ୍ର ଦେଖାଇବେ। ପାସ୍‌ ପାଇଁ କାଲି ସୁଦ୍ଧା ଆଇଟି ବ୍ୟବସ୍ଥା କରାଯିବ। ହସ୍ପଟିଲା ଯାଉଥିଲେ ମେଡିକାଲ କାଗଜପତ୍ର ଦେଖାଇପାରିବେ। ଥାନାରେ ପାସ୍‌ ଦିଆଯାଉନାହିଁ। ତେଣୁ ଥାନାରେ ଭିଡ଼ କରନ୍ତୁ ନାହିଁ।“

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ବସ୍‌, ରେଳ ଦୋକନା ବଜାର ସବୁ ବନ୍ଦ ରହୁଛି। ହେଲେ ଜରୁରୀ ସେବା ପାଇଁ ସବୁ ଦୋକାନ ବଜାର ଖୋଲା ଯାଉଛି। ଏହା ମଧ୍ୟରେ ଲୋକମାନଙ୍କୁ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।

ହେଲେ ଜରୁରୀ ସେବା ପାଇଁ ଯାଞ୍ଚ କରି ଲୋକମାନଙ୍କୁ ଛଡ଼ାଯାଉଛି। ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ପାସ୍‌ ବ୍ୟବସ୍ଥା ମଧ୍ୟ ହୋଇଥିଲା। ହେଲେ ଥାନାରେ ଲୋକଗହଳି ହୋଇଥିଲା। ଫଳରେ ସାମାଜିକ ଦୂରତା ରହିନଥିଲା। ସେଥିପାଇଁ କମିସନର ସୁଧାଂଶୁ ଷଡ଼ଙ୍ଗୀ ପାସ୍‌ ବ୍ୟବସ୍ଥାକୁ ବାତିଲ କରିଛନ୍ତି।

Comment