ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାଧରଣ ଥଣ୍ଡା, ଜ୍ୱର ହେଲେ ଲୋକମାନେ ଭୟଭୀତ ହୋଇପଡୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାକୁ ଆସି ଭିଡ଼ ଲଗାଉଛନ୍ତି। ହେଲେ ସବୁ ଥଣ୍ଡା, ଜ୍ୱର କରୋନା ନୁହେଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି କହିଛନ୍ତି।

ଜ୍ୱର ଲାଗି ରହିଲେ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲେ ହେଲ୍ପଲାଇନ୍‌ ନମ୍ବର ୧୦୪କୁ କଲ୍‌ କରିବାକୁ ଶ୍ରୀ ବାଗ୍‌ଚି ଅନୁରୋଧ କରିଛନ୍ତି।

କରୋନା ସଂକ୍ରମିତଙ୍କୁ ପରିବାରବର୍ଗ ଡାକ୍ତରଖାନାକୁ ନଆଣିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗ୍‌ଚି। ୧୦୪କୁ କଲ୍ କଲେ କର୍ମଚାରୀମାନେ ଘରେ ପହଞ୍ଚି ଆକ୍ରାନ୍ତଙ୍କୁ ମେଡିକାଲ ଆଣିବାର ବ୍ୟବସ୍ଥା କରିବେ।

ଏହାସହ ମଦ୍ୟାପାନ ଏବଂ ଜରିବୁଟିଠାରୁ ଦୂରେଇ ରହିବାକୁ ଶ୍ରୀ ବାଗ୍‌ଚି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମଦ୍ୟପାନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏହାସହ ଏପର୍ଯ୍ୟନ୍ତ କୋଭିଡ-୧୯ ପାଇଁ କୌଣସି ପ୍ରତିଷେଧକ ବାହାରି ନାହିଁ। ଏଣୁ ଜଡ଼ିବୁଟି ଉପରେ ଭରସା ନକରିବାକୁ ଶ୍ରୀ ବାଗ୍‌ଚି ପରାମର୍ଶ ଦେଇଛନ୍ତି।

Comment