ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକଡାଉନ୍‌ ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ଅଛନ୍ତି। ହେଲେ ସେଲିବ୍ରିଟିମାନେ ଏହି ସମୟକୁ ଘରେ କେମିତି ବିତାଉଛନ୍ତି ପ୍ରଶଂସକମାନେ ତାହା ଜାଣିବା ପାଇଁ ନିଶ୍ଚୟ ଚାହୁଁଥିବେ। ତେବେ କିଏ ଏବେ ଘରେ ରୋଷେଇ କରୁଛନ୍ତି କିଏ ଘରେ ସଫା କରୁଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ଏବେ ଟିଭିର ଜଣେ ଲୋକପ୍ରିୟ ଅଭନେତ୍ରୀ ଏବେ ତାଙ୍କ ଗାଡ଼ିକୁ ବି ସେ ନିଜେ ସଫା କରୁଛନ୍ତି। ଏହି ଅଭିନେତ୍ରୀ ଜଣକ ହେଲେ କାଞ୍ଚି ସିଂ। ହିନ୍ଦୀ ସିରିଏଲ ଜଗତରେ ବେଶ ଲୋକପ୍ରିୟ ସେ। କିନ୍ତୁ ଏବେ କାଞ୍ଚି ସିଂ କାର ଧୋଇବା ସମୟର ଭିଡିଓ ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି।

ଗାଡ଼ି ଧୋଇବା ଏକ ପ୍ରକାର ବ୍ୟାୟାମ ଓ ନିଜ ଜିନିଷ ନିଜେ ସଫା କରିବା ଭଲ କଥା ବୋଲି କହିଛନ୍ତି।

କାଞ୍ଚି ଅନେକ ଟିଭି ସିରିଏଲରେ କାମ କରିଛନ୍ତି। ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ଗାୟୁ ଚରିତ୍ରରେ ଅଭିନୟ କରି ସେ ବେଶ୍‌ ପରିଚିତ ଅର୍ଜନ କରିଥିଲେ।

Comment