ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଦେବେ। ଏନେଇ ମୋଦୀ ଟୁଇଟ୍‌ କରି ଜଣାଇଛନ୍ତି। କରୋନା ଭାଇରସ ପରିସ୍ଥିତିକୁ ନେଇ ଦେଶ ଏବେ ଲକ୍‌ଡାଉନ୍‌ରେ ଅଛି। ତେବେ ମୋଦୀ ଏହି ଭିଡିଓରେ ଦେଶବାସୀଙ୍କୁ କ’ଣ କହୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। କେଉଁ ରାଜ୍ୟରେ କିଭଳି ପରିସ୍ଥିତି ଅଛି ତାହା ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସାରା ଦେଶରେ ଯେଉଁ ଲକ୍‌ଡାଉନ୍‌ ଲାଗୁ ହୋଇଛି ତାହା କିପରି ସଫଳ ହେବ ଏବଂ ଲୋକମାନେ ଏହି ନିୟମ କିପରି ମାନିବେ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀ ଆଲୋଚନା କରିଥିଲେ। ଆଲୋଚନା ବେଳେ ମୋଦୀ କରୋନା ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। ମିଳିମିଶି ଲଢ଼ିଲେ ଆମେ କରୋନାକୁ ହରାଇ ପାରିବା ବୋଲି ମୋଦୀ କହିଥିଲେ।

Comment