ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆଜିଠୁ ଘରୁ ବାହାରକୁ ବାହାରିଲେ ଆପଣଙ୍କୁ ପିନ୍ଧିବାକୁ ପଡ଼ିବ ମାସ୍କ। ନଚେତ୍ ଏଥିପାଇଁ ଆପଣଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡ଼ିବ। ରାଜ୍ୟ ସରକାର ଗୁରୁବାରଠାରୁ ଏଭଳି କିଛି ନୂଆ ନୀତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଲୋକମାନେ ଡାକ୍ତରଖାନା କିମ୍ବା ମେଡିସିନ୍ ଷ୍ଟୋରରେ ମିଳୁଥିବା ମାସ୍କ ବ୍ୟତୀତ ଗାମୁଛା, ଲୁଗା, ରୁମାଲ କିମ୍ବା ଓଢ଼ଣୀକୁ ମାସ୍କ ଭଳି ବ୍ୟବହାର କରିପାରିବେ ବୋଲି କୁହାଯାଇଛି। ସାମାଜିକ ଦୂରତ୍ୱ ସହିତ ମୁହଁରେ ମାସ୍କ ପିନ୍ଧି କୌଣସି ସ୍ଥାନକୁ ଯିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏଥିସହ ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସରୋଗୀ କିମ୍ବା ଅଚେତ୍ ଲୋକଙ୍କୁ ମାସ୍କ ନପିନ୍ଧାଇବାକୁ ରାଜ୍ୟ ସରକାରଙ୍କୁ ତରଫରୁ କୁହାଯାଇଛି।

Comment