ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ନିଜର ସ୍କୁଲ୍ ଫି’କୁ ହ୍ରାସ୍ କିମ୍ବା ବନ୍ଦ କରନ୍ତୁ। ପିତାମାତାଙ୍କ ପ୍ରତି ସହାନୁଭୂତି ଦେଖାଇ ଶିକ୍ଷାନୁଷ୍ଠାନମାନେ ଏଭଳି ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ଲକଡାଉନ୍ ଏବଂ ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ନିଜର ଫି’କୁ ହ୍ରାସ୍ କିମ୍ବା ବନ୍ଦ କରନ୍ତୁ। ପିତାମାତାଙ୍କ ପ୍ରତି ସହାନୁଭୂତି ଦେଖାଇ ସମସ୍ତ ଶିକ୍ଷାନୁଷ୍ଠାନମାନେ ଏଭଳି କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।coronaଏହାପୂର୍ବରୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଏଥିସହ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଛାତ୍ରାଛାତ୍ରୀମାନେ ଘରେ ରହି ପାଠପଢ଼ା ଜାରି ରଖନ୍ତୁ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଭିଡିଓ ବାର୍ତ୍ତା ମାଧ୍ୟମରେ କହିସାରିଛନ୍ତି।

Comment