ଓଡ଼ିଶାଲାଇଭ୍‌ ବ୍ୟୁରୋ

stop coronaଭାରତର ୭୧୮ ଜିଲ୍ଲା ଭିତରୁ ୪୦୦ ଜିଲ୍ଲାରେ କରୋନା ପଶି ପାରିନାହିଁ। ଏହି ସବୁ ଜିଲ୍ଲାରେ କରୋନାର ନାଁ ଗନ୍ଧ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। କେଉଁ କେଉଁ ଜିଲ୍ଲା ଏ ପର୍ଯ୍ୟନ୍ତ  କରୋନା ମୁକ୍ତ ରହିପାରିଛି ତାର ସଠିକ ଆକଳନ କେନ୍ଦ୍ର ସରକାର କରିଛନ୍ତି।

ହର୍ଷ ବର୍ଦ୍ଧନ ଏକଥା ମଧ୍ୟ କହିଛନ୍ତି ଯେ, ଏହି ୪୦୦ ଜିଲ୍ଲାରେ କରୋନା ଯେମିତି ନପଶେ ସେଥିପାଇଁ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ। ସେ କହିଲେ ଯେ, କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ଦୁଇ ତିନି ସପ୍ତାହ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ହର୍ଷ ବର୍ଦ୍ଧନ କହିଲେ ଯେ, ଭାରତ ସେହି ସବୁ ଦେଶ ଭିତରୁ ଗୋଟିଏ ଯେଉଁଠି କରୋନା ଭାଇରସ ସଂକ୍ରମଣ ଖବର ଆସିବା ମାତ୍ରେ ଚଟପଟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଚୀନରେ ଜାନୁଆରି ୭ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୮ ତାରିଖରେ ଆମେ ଏକ୍ସପର୍ଟମାନଙ୍କ ସହ ବୈଠକ କରିଥିଲୁ ଓ ୧୭ ତାରିଖରେ କେନ୍ଦ୍ର ସରକାର ଏକ ଆଡ଼ଭାଇଜରି  ମଧ୍ୟ  ଜାରି କରିଥିଲେ।

Comment