ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ଭାରତରେ ମୃତ୍ୟୁର ତାଣ୍ଡବ ରଚିବାରେ ଲାଗିଛି କରୋନା ଭାଇରସ୍। ଏହାରି ମଧ୍ୟରେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ ଶହ ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୨ ହଜାର ପାର କଲାଣି।

ଏଯାବତ ଭାରତରେ ମୋଟ ୧୨ ହଜାର ୩୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୮୯ ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ବର୍ତ୍ତମାନ ୧୦ ହଜାର ୪୭୭ ଜଣ ଲୋକ ଏବେ  ବି ଚିକିତ୍ସାଧୀନ ରହିଛନ୍ତି। ସେପଟେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ବର୍ତ୍ତମାନ ସୁଦ୍ଧା ୪୧୪ ଜଣ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଭାରତରେ ମହାରାଷ୍ଟ୍ର ରାଜ୍ୟ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗୁରୁବାର ସୁଦ୍ଧା ମହାରାଷ୍ଟ୍ରରେ ୧୮୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ମଧ୍ୟପ୍ରଦେଶରେ ୫୩ ଜଣ, ଗୁଜରାଟରେ ୩୩ ଜଣ ଓ ଦିଲ୍ଲୀରେ ୩୨ଜଣ ଲୋକ ପ୍ରାଣ ହରାଇଛନ୍ତି।corona awarenessଓଡ଼ିଶାର କରୋନା ଅପଡେଟ୍ ଦେଖିଲେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସ୍ଥିର ରହିଛି। ସେଥିମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୪୦ ଜଣ ଲୋକ ଆକ୍ରାନ୍ତ ଅଛନ୍ତି। ଓଡ଼ିଶାରେ କେବଳ ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି।

Comment