ଓଡ଼ିଶାଲାଇଭ୍‌ ବ୍ୟୁରୋ

ରକ୍ତରେ ଉଚ୍ଚ କୋଲେଷ୍ଟ୍ରଲ ହୃଦରୋଗ ଓ ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି କରିଥାଏତେବେ, କୋଲେଷ୍ଟ୍ରଲକୁ କେମିତି ନିୟନ୍ତ୍ରଣ କରିବେ, ଜାଣି ରଖନ୍ତୁ।

ମେଡିସିନ୍‌ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ୍‌ ହୋଇଥାଏ। ହେଲେ ଏହାସହ ଜୀବନଶୈଳୀ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହୋଇଥାଏ।। ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ ସୃଷ୍ଟି ହେବା ପୂର୍ବରୁ ହିଁ ଆମକୁ ଆମ ଖାଦ୍ୟପେୟ ଉପରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯେତିକି ଆମେ ସଚେତନ ରହିବା, ସେତିକି ରୋଗ ଆମଠାରୁ ଦୂରେଇ ରହିବ। ଆପଣଙ୍କ ଖାଦ୍ୟରେ କିଛି ପରିବର୍ତ୍ତନ କୋଲେଷ୍ଟ୍ରଲ ହ୍ରାସ କରିପାରେ ଓ ହାର୍ଟକୁ ସୁସ୍ଥ ରଖିଥାଏ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ: ସାଚୁରେଟଡ୍‌ ଫ୍ୟାଟ୍‌ ଥିବା ଖାଦ୍ୟ ଯେମିତିକି ମଟନ୍‌, ଚର୍ବିଯୁକ୍ତ ମାଂସ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଆନ୍ତୁ। ଏହି ସବୁ ଚର୍ବିଯୁକ୍ତ ମାଂସ କମ୍‌ ଖାଇବା ଫଳରେ ରକ୍ତରେ LDL ବା ଖରାପ କୋଲେଷ୍ଟ୍ରଲ ହେବ ନାହିଁ।

ଟ୍ରାନ୍ସ ଫ୍ୟାଟ୍‌ ଯେପରିକି ତେଲ, କୁକିଜ୍‌, କେକ୍‌ ଖାଆନ୍ତୁ ନାହିଁ। ଟ୍ରାନ୍ସ ଫ୍ୟାଟ୍‌ ପୂରା କୋଲେଷ୍ଟ୍ରଲକୁ ବଢ଼ାଇଥାଏ।

ଓମେଗା-୩ ଫ୍ୟାଟି ଏସିଡ୍‌ ଖାଆନ୍ତୁ: ଓମେଗା-୩ ଫ୍ୟାଟି ଏସିଡ୍‌ ଶରୀରରେ କୋଲେଷ୍ଟ୍ରଲକୁ ବଢ଼ାଇ ନଥାଏ ବରଂ ହାର୍ଟକୁ ସୁସ୍ଥ ରଖିଥାଏ। ଏହାସହ ରକ୍ତଚାପକୁ ବି କମ୍‌ କରିଥାଏ। ଫ୍ଲାକସିଡ୍‌ ଓ ଓ୍ୱାଲନଟ୍‌ ଓ ମାଛରେ ଓମେଗା-୩ ଫାଟି ଏସିଡ୍‌ ଭରି ରହିଛି।

ଫାଇବରଯୁକ୍ତ ଖାଦ୍ୟ: ଓଟ୍ସ, ବିନ୍‌, ରାଜମା, ଗଜାବୁଟ ଓ ମୁଗ, ସେଓ ଓ ପିଜୁଳିରେ ଫାଇବର ମାତ୍ରା ଭରପୂର ମାତ୍ରାରେ ଥାଏ। ଏହା ଖରାପ କୋଲେଷ୍ଟ୍ରଲକୁ ରକ୍ତରେ ହେବାକୁ ଦିଏ ନାହିଁ।

ଏକ୍ସରସାଇଜ୍‌ ଓ ଶରୀରିକ ପରିଶ୍ରମ: ବ୍ୟାୟାମ ଭଲ କୋଲେଷ୍ଟ୍ରଲ ବୃଦ୍ଧି କରିବା ସହ ଖରାପ କୋଲେଷ୍ଟ୍ରଲକୁ କମ୍‌ କରିଥାଏ। ଦିନକୁ ୩୦ ମିନିଟ୍‌ ଏକ୍ସରସାଇଜ୍‌ କରନ୍ତୁ।

ଧୂମପାନ ଛାଡ଼ନ୍ତୁ: ଧୂମପାନ ଛାଡ଼ିବା ଦ୍ୱାରା HDL କୋଲେଷ୍ଟ୍ରଲ ବଢ଼ିଥାଏ।

ଶରୀରରେ କୋଲେଷ୍ଟ୍ରଲର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ନିୟନ୍ତ୍ରଣ ବାହାରେ ରହିଲେ ଏହା ଧମନୀକୁ ବନ୍ଦ କରିବା ସହ ହୃଦରୋଗର କାରଣ ହୋଇଥାଏ। ଯଦି ଆପଣଙ୍କର କୋଲେଷ୍ଟ୍ରଲ ସନ୍ତୁଳନ ବାହାରେ, ତେବେ ଜୀବନଶୈଳୀରେ ପରିବର୍ତ୍ତନ ହିଁ ଏକ ମାତ୍ର ଚିକିତ୍ସା। ଚର୍ବି ନିୟନ୍ତ୍ରିତ, ଦ୍ରବୀଭୂତ ଫାଇବର ଏବଂ ଉଦ୍ଭିଦ ଷ୍ଟେରୋଲ ଏବଂ ଭଲ HDL ବୃଦ୍ଧି କରିପାରିବ ଏବଂ ଖରାପ LDL ହ୍ରାସ କରିପାରିବ।

Comment