ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍ଡିଆକ୍‌ ଆରେଷ୍ଟକୁ ବୈଜ୍ଞାନିକ ଭାଷାରେ ମାୟୋକାର୍ଡିଆଲ ଇନ୍‌ଫାର୍କସନ୍‌ ବୋଲି କୁହାଯାଏ। କାର୍ଡିଆକ୍‌ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃଦୟସ୍ପନ୍ଦନ ହଠାତ୍‌ ଅପ୍ରତ୍ୟାଶିତ ଭାବେ ବନ୍ଦ ହୋଇଯାଏ।

ହୃଦୟରେ ବିଦ୍ୟୁତ ଇମ୍‌ପଲ୍ସ ରହିଛି ଯାହା ହୃଦସ୍ପନ୍ଦନର ଗତି ଓ ବେଗ ନିୟନ୍ତ୍ରଣ କରେ। ଯେତେବେଳେ ଏହି ଇମ୍‌ପଲ୍ସରେ ବ୍ୟାଘାତ ହୁଏ, ଅନିୟମିତ ହୃଦସ୍ପନ୍ଦନ ହୋଇଥାଏ, ଯାହାକୁ ଆରିଥମିଆସ୍‌ ବୋଲି କୁହାଯାଏ। ଯେତେବେଳେ ହୃଦସ୍ପନ୍ଦନ ବନ୍ଦ ହୋଇଯାଏ, ସେତେବେଳେ କାର୍ଡିଆକ୍‌ ଆରେଷ୍ଟ ହୁଏ। ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ହେଲେ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ।

ଆରିଥମିଆସ୍ ସମୟରେ ହୃଦସ୍ପନ୍ଦର ଗତି ଦୃତ, ଧୀର ଓ ଅନିୟମିତ ହୋଇଥାଏ। ବେଳେବେଳେ ଆରିଥମିଆସ୍ ଯୋଗୁଁ ହୃଦୟ ଶରୀରକୁ ରକ୍ତ ପମ୍ପ କରିବା ବନ୍ଦ କରିଦିଏ ଫଳରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ସୃଷ୍ଟି ହୁଏ। ଯେଉଁ ବ୍ୟକ୍ତିଙ୍କଠାରେ ହୃଦରୋଗ ଜନିତ ସମସ୍ୟା ଅଛି, ସେମାନଙ୍କଠାରେ କାର୍ଡିଆକ୍‌ ଆରେଷ୍ଟ ହେବାର ରିସ୍କ ବେଶି।

ଲକ୍ଷଣ

ସାଧାରଣତଃ କାର୍ଡିଆକ୍‌ ଆରେଷ୍ଟର ପ୍ରଥମ ଲକ୍ଷଣ ହେଉଛି ବେହୋସ ହୋଇଯିବା। ଏହାଛଡ଼ା ଅନ୍ୟ ଲକ୍ଷଣଗୁଡ଼ିକ ହେଲା:

ହଠାତ୍‌ ବେହୋସ ହୋଇଯିବା

ନାଡ଼ି ଧକ୍‌ ଧକ୍ ହେବା ବନ୍ଦ ହୋଇଯିବା

ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା

କାର୍ଡିଆକ ଆରେଷ୍ଟ ହେବା ପୂର୍ବର ଲକ୍ଷଣ:

ଛାତିରେ ଯନ୍ତ୍ରଣା

ନିଶ୍ଵାସ ପ୍ରଶ୍ୱାସରେ ବ୍ୟାଘାତ ହେବା

ଦୁର୍ବଳ ଲାଗିବା

କିନ୍ତୁ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ହେଲେ କୌଣସି ଲକ୍ଷଣ ଦେଖାଦେଇ ନଥାଏ।

କାହିଁକି ହୁଏ କାର୍ଡିଆକ୍‌ ଆରେଷ୍ଟ?

କାର୍ଡିଆକ୍‌ ଆରେଷ୍ଟ ହେବାର ବିଭିନ୍ନ କାରଣ ରହିଛି। ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍‌, କୋରୋନାରି ଧମନୀ ରୋଗ, ହୃଦଘାତ, କାର୍ଡିଓମାୟୋପାଥି, ଭଲଭୁଲାର ହାର୍ଟ ରୋଗ, ହାଟର୍ରେ ବିଦ୍ୟୁତିକ ସମସ୍ୟା ଯୋଗୁଁ କାର୍ଡିଆକ୍‌ ଆରେଷ୍ଟ ହୋଇଥାଏ।

କେଉଁ ବ୍ୟକ୍ତିଙ୍କୁ କାର୍ଡିଆକ୍‌ ଆରେଷ୍ଟ ହେବାର ଆଶଙ୍କା ଅଧିକ?

ଯଦି ଜଣେ ବ୍ୟକ୍ତିଙ୍କର ହୃଦୟଜନିତ ରୋଗ ଅଛି, ତେବେ ସେମାନଙ୍କଠାରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ହେବାର ଆଶଙ୍କା ଅଧିକ। ଏହାଛଡ଼ା ଅନ୍ୟ କାରଣ ହେଉଛି:

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତ କୋଲେଷ୍ଟ୍ରଲ

ମୋଟାପଣ

ମଧୁମେହ

ହୃଦଘାତ

ବଂଶାନୁଗତ

ବୟସ

ଶରୀରରେ ପୁଷ୍ଟିର ଅସନ୍ତୁଳନ

ବୃକକ ରୋଗୀ

ଚିକିତ୍ସା

କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (CPR) ଓ ଡିଫିବ୍ରିଲେସନ୍ ହେଉଛି କାର୍ଡିଆକ୍‌ ଆରେଷ୍ଟର ଜରୁରୀକାଳୀନ ଚିକିତ୍ସା।

Comment