ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଶତାବ୍ଦୀର ମହାନାୟକ ଅମିତାଭ ବଚନଙ୍କ ଘରେ ପଶିଲା ବାଦୁଡ଼ି। ଶନିବାର ଦିନ ଏହି ଘଟଣା ଘଟିଛି। ସମଗ୍ର ଦୁନିଆଁ କରୋନା ଭାଇରସ ସହିତ ଲଢ଼ୁଥିବା ବେଳେ ଓ ଏହି ଭୂତାଣୁ ବାଦୁଡ଼ିମାନଙ୍କ ଠାରୁ ସଂକ୍ରମଣ ହୋଇଛି ବୋଲି କୁହାଯାଛି। ଏହି ସମୟରେ ସେହି ପକ୍ଷୀ ହିଁ ବଚନଙ୍କ ଘର ଭିତରକୁ ଆସିବା ଘଟଣାକୁ ବଚନ ପରିବାର ସହଜରେ ଗ୍ରହଣ କରିପାରୁନାହାନ୍ତି। ବଚନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ବ୍ରେକିଙ୍ଗ ନ୍ୟୁଜକୁ ପକାଇଥିଲେ।

ବଚନ ଲେଖିଛନ୍ତି ଯେ, ଏବେ ଏକ ବ୍ୟାଟ ଜଲସାର ତୃତୀୟ ମହଲାରେ ଥିବା ମୋ ଘରକୁ ପଶି ଆସିଲା। ଆମେ ସମସ୍ତେ ଏକାଠି ବସିଥିଲୁ। ସେ ଆହୁରି ଲେଖିଥିଲେ, ‘ଏହି ବାଦୁଡ଼ି ଆଗରୁ କେବେ ଦେଖା ଯାଇନଥିଲା। ଶେଷରେ ମୋ ଘର ହିଁ ତାକୁ ମିଳିଲା! କରୋନା ପୂରା ଆମ ପଛରେ ପଡ଼ିଛି,ପୁଣି ଉଡ଼ି ଉଡ଼ି ଆସୁଛି, ବଦମାସ କୋଉଠିକାର।’

ଏହି ଖବର ପଢ଼ିବା ପରେ ବଚନଙ୍କ ଫ୍ୟାନ ମାନେ ପୂରା ମାତିଯାଇଥିଲେ ଓ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ।

Comment