ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ସାରଦେଶରେ ଲକଡାଉନ୍ ଚାଲିଛି। ଗତ କିଛି ଦିନ ଧରି ବଲିଉଡ ସେଲିବ୍ରିଟିମାନେ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଲକ୍‌ଡାଉନରେ ଅନିଦ୍ରାର ଶିକାର ହୋଇଛନ୍ତି ବଲିଉଡର ହଟ୍‌ ଅଭିନେତ୍ରୀ ନୋରା ଫତେହୀ। ନୋରା ଫତେହି ଟିକ୍‌ଟକ‌ ସାହାଯ୍ୟରେ ଏକ ମଜାଳିଆ ଢଙ୍ଗରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଏହି ଭିଡିଓକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ଏବଂ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘‘ଯେତେବେଳେ ବି ମୁଁ ଶୋଇବାକୁ ଚେଷ୍ଟା କରୁଛି, ସେତେବେଳେ ଅନିଦ୍ରା ମତେ ଘେରି ଯାଉଛି। ଏମିତି କାହିଁକି ହେଉଛି?’’

ନୋରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏହାପୂର୍ବରୁ ନୋରା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ନୋରା ଲକଡାଉନରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ଶିଖୁଛନ୍ତି। ଏହା ବ୍ୟତୀତ ନୋରା ମଧ୍ୟ ତାଙ୍କ ଫିଟନେସର ଯତ୍ନ ନେଉଛନ୍ତି। ବ୍ୟାୟାମ ସାହାଯ୍ୟରେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି।

Comment