ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରରେ କାୟା ବିସ୍ତାର କରୁଛି କରୋନା ପୁଣି ରାଜ୍ୟରେ ଆଉ ୧୦ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଓ ଯାଜପୁରରୁ ୪ ଆକ୍ରାନ୍ତ ରହିଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।

ବର୍ତ୍ତମାନ ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭଦ୍ରକରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ୨ ଜଣ ସୁସ୍ଥ ହୋଇଛନ୍ତି।

ଆଜି ଗୋଟିଏ ଦିନରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସକାଳେ ୫୮ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଥିଲା। ଗଞ୍ଜାମରୁ ୨ ଜଣ ବାହାରିଥିଲା ବେଳେ ବାଲେଶ୍ଵରରୁ ୧୨ ଓ ଅନୁଗୁଳରୁ ୧୩ ଜଣ ଚିହ୍ନଟ ହୋଇଥିଲେ।

ଗତ କିଛିଦିନ ହେବ ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି ହୋଇଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୯୧ ଜଣ ବର୍ତ୍ତମାନ ସକ୍ରିୟ ରରହିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Comment