ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ସେବା ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଆଜି ଅପରାହ୍‌ଣ ୪ଟାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି। କିନ୍ତୁ ଯାତ୍ରୀମାନେ ଟିକେଟ ଟିକେଟ ବୁକିଂ କରିପାରୁନାହାନ୍ତି। ଓ୍ଵେବସାଇଟ୍‌ରେ ସମସ୍ୟା ଯୋଗୁଁ ଏହାକୁ ସନ୍ଧ୍ୟା ୬ଟାକୁ ବଢ଼ାଇ ଦିଆଯାଇଛି।

ଆଜି ଅପରାହ୍‌ଣ ୪ଟାରେ ଟିକେଟ ବୁକିଂ ହୋଇଥାନ୍ତା। ସେଥିପାଇଁ ୪ଟା ବେଳେ ଲୋକମାନେ ଓ୍ଵେବସାଇଟ ଖୋଲିଥିଲେ କିନ୍ତୁ ୱେବସାଇଟ୍ ଖୋଲିନଥିଲା। ଆଇଆରସିଟିସିର ମୋବାଇଲ ଆପ୍ ମଧ୍ୟ କାମ କରୁନାହିଁ। ଏଭଳି ପରିସ୍ଥିତିରେ ଲୋକମାନେ ଟିକେଟ ବୁକିଂ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି।

୪ଟା ବେଳେ ବୁକିଂ କରିବା ପାଇଁ ଏକା ସାଙ୍ଗରେ ଅନେକ ଲୋକ ଓ୍ଵେବସାଇଟ ଖୋଲିଥିବାରୁ ସାଇଟ୍‌ରେ ସମସ୍ୟା ଦେଖାଯାଇଥିଲା। ଏବେ ଏହି ସମସ୍ୟାକୁ ଠିକ କରାଯାଇଛି। ତେଣୁ ସନ୍ଧ୍ୟା ୬ଟାରେ ବୁକିଂ କଲା ବେଳେ ଆଉ ସମସ୍ୟା ହେବନାହିଁ ବୋଲି କୁହାଯାଉଛି।

Comment