ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତି କମ ସେବାୟତଙ୍କୁ ନେଇ କରାଯିବ। ଶ୍ରୀମନ୍ଦିରର ୧୦ଟି ନିଯୋଗ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଗୁରୁବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆୟୋଜନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସର୍ବନିମ୍ନ ସେବାୟତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକା ଅନୁସାରେ ହିଁ ସେମାନଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ଅନୁମିତ ମିଳିବ ବୋଲି କୁହାଯାଇଛି।

ସାରା ଦେଶରେ ଚୁତର୍ଥ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିଛି। ଏହାର ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ବାହାରେ କୌଣସି କାର୍ଯ୍ୟ କରିବାକୁ ଅନୁମିତ ମିଳିନି। ତେଣୁ ସ୍ନାନ ପୂର୍ଣ୍ଣିମା ନୀତିକୁ କମ ସେବାୟତଙ୍କ ଦ୍ୱାରା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଏହା ପୂର୍ବରୁ ରଥଯାତ୍ରା ପାଇଁ ରଥନିର୍ମାଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଶେଷରେ ଗୃହ ମନ୍ତ୍ରଣାଳୟରୁ ଅନୁମିତ ମିଳିବା ପରେ ଏବେ ରଥ ନିର୍ମାଣ ଆରମ୍ଭ ହୋଇଛି।

Comment