ଓଡ଼ିଶାଲାଇଭ୍ ବ୍ୟରୋ

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର। ସଡ଼କ, ଆକାଶ କିମ୍ବା ଜଳପଥରେ ଆସୁଥିବା ବିଦେଶା ଫେରନ୍ତାଙ୍କ ପାଇଁ କେନ୍ଦ୍ର ସରକାର ଏହି ସବୁ ନିୟମ ଆଣିଛନ୍ତି।

ସମସ୍ତ ପ୍ରବାସୀ ନିଜ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ସେମାନେ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରହିବେ ବୋଲି ଅଣ୍ଡରଟେକିଂ ଲେଖିବେ। ଏଥିସହ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ କୁହାଯାଇଛି।

ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କିଂନି କରାଯିବ। ଏଥିରେ ଯେଉଁ ବ୍ୟକ୍ତିମାନେ କରୋନା ମୁକ୍ତ ହୋଇଥିବେ ସେହିମାନଙ୍କୁ ହିଁ ଯାତ୍ରା କରିବାକୁ ସୁଯୋଗ ମିଳିବ ବୋଲି କୁହାଯାଇଛି। ସମସ୍ତ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ସହିତ ହାତରେ ଗ୍ଲୋବସ୍ ପିନ୍ଧିବା ମଧ୍ୟ  ବାଧ୍ୟତାମୂଳକ କରାଯାଇଛି।

ଏହାପରେ ବିମାନବନ୍ଦରରୁ ଓହ୍ଲାଇବା ପରେ ମଧ୍ୟ ଯାତ୍ରୀମାନଙ୍କର ଥର୍ମାଲ ସ୍କିଂନି କରାଯିବ। ଏହାପରେ ତାଙ୍କୁ କ୍ୱାରେଣ୍ଟିନ ପାଇଁ ପଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Comment