ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଯାଏଁ ଟ୍ରେନରେ ଅନ୍ୟ ରାଜ୍ୟରୁ ୧ ଲକ୍ଷ ୧୫ ହଜାର ଲୋକ ଓଡ଼ିଶା ଆସିଛନ୍ତି। ସର୍ବାଧିକ ୭୩ ହଜାର ଲୋକ ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି। ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତିରେ ଟ୍ରେନ ଆସୁଥିଲା, ହେଲେ ଏବେ ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାରଙ୍କ ଅନୁମତି ଦରକାର ନାହିଁ। ସେଥିପାଇଁ ଅନେକ ପ୍ରବାସୀ ଏବେ ଓଡ଼ିଶା ଫେରୁଛନ୍ତି।

ବର୍ତ୍ତମାନ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତାରେ ରାଜ୍ୟ ସରକାର। ଅନ୍ୟ ରାଜ୍ୟରୁ ହଜାର ହଜାର ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅନ୍ୟ ରାଜ୍ୟ ଫେରନ୍ତା।

ଏବେ ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ପାଇଁ ସରକାର ସ୍ଵତନ୍ତ୍ର ବସ୍‌ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ବାହାର ରାଜ୍ୟରୁ ଆଣି କ୍ଵାରେଣ୍ଟିନରେ ରଖାଯାଇ ଚିକିତ୍ସା କରାଯାଉଛି।

Comment