ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ବୁଧବାର ରାଜ୍ୟରେ ଆଉ ୭୬ ଜଣ ଲୋକ କରୋନା ସଂକ୍ରମିତ ହେବା ସହିତ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୦ଟି ଜିଲ୍ଲାରୁ ଏହି ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ୨  ଜଣ ଲୋକାଲ୍ ଲୋକ ସାମିଲ୍ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ବଲାଙ୍ଗିର ଜିଲ୍ଲାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଖୋର୍ଦ୍ଧାରୁ ୧୩, କଟକରୁ ୧୧ ଓ ଗଞ୍ଜାମରୁ ୧୦ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ନୂଆପଡ଼ାରେ ମଧ୍ୟ ୧୩ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ରାଜ୍ୟରେ ବର୍ତ୍ତମାନ ୧୫୯୩ ଜଣ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୭୩୩ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ନିଜର ପ୍ରାଣ ହରାଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ବି ୮୫୩ ଜଣ ଲୋକ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment