ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ପାର୍କ ଖୋଲିବାକୁ ନେଇ ବିଏମସି ତରଫରୁ ଜାରି ହେଲା ନୂଆ ନିୟମ। ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କ ଖୋଲାରହିବ।

ତେବେ ସଟଡାଉନ୍ ହେତୁ ପ୍ରତି ଶନିବାର ଓ ରବିବାର ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ। ସୋମବାରରୁ ଶୁକ୍ରବାର ସକାଳ ୫ଟାରୁ ଦିନ ୧୦ଟା ଓ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକମାନେ ପାର୍କ ଯିବା ଆସିବା କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ ହିଁ ବୟସ୍କ ଲୋକମାନେ ପାର୍କକୁ ଯାଇପାରିବେ। ଏହି ସମୟରେ ଅନ୍ୟ ବୟସର ଲୋକମାନେ ପାର୍କ ଭିତରକୁ ଯାଇପାରିବେ ନାହିଁ। ସେହିପରି ଅନ୍ୟ ସମୟରେ ମଧ୍ୟ ବୟସ୍କ ଲୋକମାନେ ପାର୍କ ଭିତରୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି। ଏହାପୂର୍ବରୁ ପାର୍କରେ ମାସ୍କ ପିନ୍ଧିବା ଓ ଜିମ୍ କିମ୍ବା ଦୋଳି ବ୍ୟବହାର ନକରିବା ନିୟମ ସହିତ ରାଜଧାନୀରେ ପାର୍କ ଖୋଲିଥିଲା। ଏବେ ଏଥିରେ ଆଉ କିଛି ନିୟମକୁ ଯୋଡ଼ାଯାଇଛି।

Comment