ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୪୫ ବର୍ଷ ବୟସରେ ପାଦ ଦେଇଛନ୍ତି ଛୋଟ ପରଦାର କୁଇନ୍ ଏକତା କପୁର, ହେଲେ ଏଯାଏଁ କାହିଁକି ବାହା ହେଉନାହାନ୍ତି, ଜାଣନ୍ତି?

ବଲିଉଡର ଏଭରଗ୍ରିନ ହିରୋ ଜିତେନ୍ଦ୍ର ଓ ଶୋଭା କପୁରଙ୍କ କନ୍ୟା ହେଲେ ଏକତା କପୁର। ସେ ମାତ୍ର ସତର ବର୍ଷ ବୟସରେ ନିର୍ମାତା କୈଳାସ ସୁରେନ୍ଦ୍ରଙ୍କ ମିଶି ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଥିଲେ।

ଏକତା କପୁର ଟେଲିଭିଜନର ଅନେକ ଲୋକପ୍ରିୟ ମେଗା ଧାରାବାହିକର ନିର୍ମାଣ କରିଛନ୍ତି। ଏଥି ମଧ୍ୟରେ ରହିଛି ହମ୍ ପାଞ୍ଚ୍, କ୍ୟୁ କି ଶାଶ୍‌ ଭି କଭି ବହୂ ଥି, କାହାନି ଘର୍ ଘର୍‌ କି, କହିଁ କିସି ରୋଜ୍, ଜିନ୍ଦେଗି କେ, ପବିତ୍ର ରିସ୍ତା, ବଡେ ଅଛେ ଲଗ୍‌ତେ ହେଁ, ଯୋଧା ଆକବର, ନାଗିନ୍, ୟେ ହେ ମୋହବତେଁ, ଚନ୍ଦ୍ରକାନ୍ତ, କସମ୍ ତେରେ ପ୍ୟାରକି ଓ କୁଣ୍ଡଲି ଭାଗ୍ୟ ଇତ୍ୟାଦି।

ଟେଲି ଜଗତର କୁଇନ୍ ବୋଲି କୁହାଯାଏ ଏକତା କପୁର। ଏକତାଙ୍କ ଜନ୍ମ ୧୯୭୫ ମସିହା ଜୁନ୍‌ ୭ ତାରିଖରେ। ଏକତାଙ୍କ ଏବେ ବୟସ ୪୫ ହେଲାଣି। କିନ୍ତୁ ଆଜି ଯାଏଁ ସେ ସିଙ୍ଗିଲ୍ ଅଛନ୍ତି କାହିଁକି ଏକତା ଏଯାଏଁ ଅବିବାହିତା ଅଛନ୍ତି, ସେ ସମ୍ପର୍କରେ ଜାଣିବା ସମସ୍ତଙ୍କର ଇଛା ହୁଏ।

ତାଙ୍କୁ ଥରେ ପିତା ଜିତେନ୍ଦ୍ର କହିଥିଲେ କି ପ୍ରଥମେ ତୁମେ କାମ କରିବାକୁ ଚାହଁ କି ବାହା ହେବାକୁ ଚାହଁ। ଏ ଦୁଇଟି ମଧ୍ୟ ଗୋଟିଏକୁ ବାଛିବାକୁ ହେବ। ଜିତେନ୍ଦ୍ରଙ୍କ କଥାର ଅର୍ଥ ବୁଝିନପାରି ବି ନାବାଳିକା ଏକତା କହିଥିଲେ ଯେ ସେ କାମ କରିବାକୁ ପସନ୍ଦ କରିବେ।

ଆଉ ସତର ବର୍ଷ ବୟସରେ ସେ ନିଷ୍ପତ୍ତି ନେଇଥିଲେ ଯେ ବାହା ହେବେନି, କେବଳ କ୍ୟାରିଅର୍ ଉପରେ ଧ୍ୟାନ ଦେବେ। ଏହି ନିୟମକୁ ସେ ଆଜି ଯାଏଁ ମାନି ଆସିଛନ୍ତି। ଏହି କାରଣରୁ ବାହା ହୋଇନାହାନ୍ତି। ତେବେ ଏମିତି କଥା ନୁହେଁ କି ଏକତା କପୁରଙ୍କ ପାଖକୁ ବିବାହ ଲାଗି ପ୍ରସ୍ତାବ ଆସିନାହିଁ ବା ତାଙ୍କର ଆଫେଆରକୁ ନେଇ ଚର୍ଚ୍ଚା ହୋଇନଥାଏ।

କରଣ ଜୋହରଙ୍କ ସହ ଏକତା

ବଲିଉଡ ଓ ଟେଲି ଦୁନିଆର ଜଣାଶୁଣା ନିର୍ମାତ୍ରୀ ଏକତା କପୁରଙ୍କର କରଣ ଜୋହରଙ୍କ ସହ ଆଫେଆର୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଏ ଦୁହେଁ ବିବାହ କରିବେ ବୋଲି ମଧ୍ୟ କୁହାଗଲା। ଫିଲ୍ମ ପ୍ରେମୀମାନେ ମଧ୍ୟ ମତ ରଖିଥିଲେ କି କରଣ ଏବଂ ଏକତା ବିବାହ କରିଲେ ବଢ଼ିଆ ଯୋଡ଼ି ହେବେ। ହେଲେ ତାହା ସମ୍ଭବ ହେବା ଭଳି ଜଣା ପଡ଼ିଲାନି।

Comment